KVK Sambalpur
Mandate of KVK :
  1. Organize short and long term vocational training courses and allied vocation for the farmer and rural youth with emphasis on "Learning by Doing" for higher productions on farm and generating self employment.
  2. Organize training to update the extension personal with emerging advances in agriculture research on regular basis.
  3. Conducting "On Farm Testing" for identifying technology in terms of location specific sustainable land use.
  4. Organise "Front Line Demonstration" on various crops to generate production data and feedback information.

କୃଷି ଉପଦେଶ

୨୦୧୯ ମସିହା ଜୁଲାଇ ମାସ ଦ୍ୱିତୀୟ ପକ୍ଷ ପାଇଁ କାର୍ଯ୍ୟପନ୍ଥା

ବୁଣା ଧାନ:

  • ଗଭୀର ଓ ସ୍ୱଳ୍ପଗଭୀର ଛଟାବୁଣା ଧାନ ଅଞ୍ଚଳରେ ଯେଉଁଠାରେ ଘାସମରା ଔଷଧ ପ୍ରୟୋଗ କରାଯାଇନଥିବ ସେହି ଜମିରେ ୭ ରୁ ୧୦ ସେ.ମି. ଠିଆ ପାଣି ବାନ୍ଧିରଖି ବେଉଷଣି କରନ୍ତୁ ଏବଂ ଏକର ପିଛା ୧୮ କି.ଗ୍ରା ୟୁରିଆ ପିଲସାର ଭାବେ ପ୍ରୟୋଗ କରନ୍ତୁ ।
  • ବର୍ଷାଶ୍ରୀତ ସ୍ୱଳ୍ପଖାଲୁଆ ସିଧା ଛଟାବୁଣା ଯାଇଥିବା ଜମିରେ ଯଦି କୌଣସି ଘାସମରା ଔଷଧ ପ୍ରୟୋଗ କରାଯାଇନାହିଁ ତେବେ ବୁଣା ଧାନରେ ବେଉଷଣ କରନ୍ତୁ । ଏହାପରେ ପିଲାସାର ହିସାବରେ ଏକ ତୃତୀୟାଂଶ ଯବକ୍ଷାରଯାନ ସାର (୧୪ କି.ଗ୍ରା. ୟୁରିଆ ପ୍ରତି ଏକର) ପ୍ରୟୋଗ କରନ୍ତୁ ।
  • ବର୍ଷାଶ୍ରୀତ ଉଚ୍ଚାଜମି ଯେଉଁଠି ଘାସମରା ଔଷଧ ପ୍ରୟୋଗ କରାଯାଇନାହିଁ ସେଠାରେ ପ୍ରଥମେ ହାତରେ କିମ୍ବା ଆଂଗୁଳି ଘାସମରା ଯନ୍ତ୍ର ବ୍ୟବହାର କରି ଘାସ ବାଛନ୍ତୁ । ଏହାପରେ ଏକ ତୃତୀୟାଂଶ ଯବକ୍ଷାରଯାନ (୧୨ କି.ଗ୍ରା. ୟୁରିଆ ପ୍ରତି ଏକର) ପିଲସାର ଭାବେ ପ୍ରୟୋଗ କରନ୍ତୁ ।

ରୁଆ ଧାନ:

  • ଚାଷୀ ଭାଇମାନେ ଯଦି ତଳି ପକାଇ ନ ଥିବେ ତେବେ ଜୁଲାଇ ମାସ ଶେଷ ସୁଦ୍ଧା ତଳିଘରା କାମ ସଂପୁର୍ଣ୍ଣ କରିଦେବା ଦରକାର ।
  • ଏକ ଏକର ଧାନ ଜମିରେ ରୋଇବା ପାଇଁ ୩୨୦ ବର୍ଗ ମିଟର ତଳି ଘରା ପ୍ରସ୍ତୁତ କରନ୍ତୁ । ଉଚ୍ଚତା ୧୦ ସେ.ମି. , ପ୍ରସ୍ଥ ୧.୨ ମିଟର ଥିବା ତଳିଘରା ପ୍ରସ୍ତୁତ କରନ୍ତୁ । ଦୁଇ ତଳିଘରା ମଧ୍ୟରେ ୩୦ ସେ.ମି. ବ୍ୟବଧାନର ଏକ ନାଳୀ ଜଳ ସେଚନ ଓ ଜଳ ନିଷ୍କାସନ ପାଇଁ ରଖନ୍ତୁ ।
  • ଅଧିକ ଅମଳକ୍ଷମ ଧାନ ହୋଇଥିଲେ ଏକର ପିଛା ୧୨-୧୬ କି.ଗ୍ରା ବିହନ ଏବଂ ସଙ୍କର ଧାନ ପାଇଁ ୫-୬ କି.ଗ୍ରା ବ୍ୟବହାର କରନ୍ତୁ ।
  • ଧାନ ବିହନ ସଫା କରିବା ଏବଂ ଘାସ ମଞିକୁ ଅଲଗା କରିବା ପାଇଁ ଧାନ ବିହନକୁ ୨% ଲୁଣ ଦ୍ରବଣରେ (ଏକ ଲିଟର ପାଣିରେ ୨୦ ଗ୍ରା.ମ୍. ଖାଇବା ଲୁଣ) ବୁଡାଇ ଭାସମାନ ଘାସ ମଞି ଓ ଅଗାଡି ଧାନକୁ ବାହାର କରିଦିଅନ୍ତୁ ।
  • ଏକ କି.ଗ୍ରା. ଧାନ ବିହନ ପାଇଁ ଏକ ଲିଟର ପାଣିରେ ୧.୫ ଗ୍ରାମ୍ କାର୍ବାଣ୍ଡାଜିମ୍ (ବାଭିଷ୍ଟିନ୍) ମିଶାଇ ବିହନ ବିଶୋଧନ କରନ୍ତୁ । ଶୁଖିଲା ବିଶୋଧନ ପାଇଁ ୨ ଗ୍ରାମ୍ କାର୍ବାଣ୍ଡାଜିମ୍ ବ୍ୟବହାର କରନ୍ତୁ । ମହିଷା ରୋଗ ହେଉଥିବା ଅଞ୍ଚଳରେ ଏକ କି.ଗ୍ରା. ବିହନ ପାଇଁ ଏକ ଲିଟର ପାଣିରେ ୦.୬ ଗ୍ରାମ୍ ଟ୍ରାଇସାଇକା୍ଲଜୋଲ୍ ୭୫ ଡବ୍ଲୁ.ଜି. (ବାନ୍ କିମ୍ବା ବିମ୍) ହିସାବରେ ବ୍ୟବହାର କରନ୍ତୁ ।
  • ଅଧିକ ଅମଳକ୍ଷମ ଧାନ ପାଇଁ ଏକ ବର୍ଗ ମିଟର ତଳିଘରାରେ ୩୦-୪୦ ଗ୍ରାମ୍ ବିହନ ଏବଂ ସଙ୍କର ଜାତୀୟ ଧାନ ପାଇଁ ଏକ ବର୍ଗ ମିଟର ତଳିଘରାରେ ୧୫-୨୦ ଗ୍ରାମ୍ ବିହନ ସମାନ ଭାବେ ବୁଣନ୍ତୁ ।
  • ୩୨୦ ବର୍ଗ ମିଟର ତଳଘରା ରେ ୧୬ ଝୁଡ଼ି ହିସାବରେ ସଢା ଗୋବର ଖତ ସହିତ ୯ କି.ଗ୍ରା, ୟୁରିଆ, ୨୫ କି.ଗ୍ରା. ଏସ୍.ଏସ୍.ପି., ୬.୭ କି.ଗ୍ରା ଏମ୍.ଓ.ପି କିମ୍ବା ୯ କି.ଗ୍ରା ଡି.ଏ.ପି, ୬.୭ କି.ଗ୍ରା ଏମ୍.ଓ.ପି, ୫ କି.ଗ୍ରା ୟୁରିଆ ପ୍ରୟୋଗ କରନ୍ତୁ ।
  • ତଳିଘରାରେ ଘାସ ନିୟନ୍ତ୍ରଣ କରିବା ପାଇଁ ବିହନ ବୁଣିବାର ୦-୩ ଦିନ ଭିତରେ ଏକର ପିଛା ପାଇରାଜୋସଲ୍ଫ୍ୟୁରାନ୍ ଇଥାଇଲ୍ ୮୦ ଗ୍ରାମ୍ ପ୍ରୟୋଗ କରନ୍ତୁ ।
  • ଯଦି ତଳିଘରାରେ ଉକୁଣିଆ ପୋକ ଦେଖାଯାଏ ତେବେ ଏକର ପ୍ରତି ଘଝକଋ (ଆଜାଡିରାକ୍ଟିନ୍) ୮୦୦ ମି.ଲି. କିମ୍ବା ଲାମ୍ବଡା ସାଇହାଲୋଥ୍ରିନ୍ ୫ % ଇ.ସି. ୧୦୦ ମି.ଲି. କିମ୍ବା ଥାୟାମିଥୋକ୍ସାମ୍ ୨୫% ଡବ୍ଲ୍ୟୁ.ଜି ୪୦ ଗ୍ରାମ୍ ପ୍ରୟୋଗ କରନ୍ତୁ ।
  • ତଳି ଘରାରେ ମହିଷା ରୋଗ ଏବଂ ପତ୍ରଚିତା ରୋଗର ଲକ୍ଷଣ ଦେଖାଦେଲେ ଏକର ପ୍ରତି ମାନ୍କୋଜେବ୍ ୭୫ ଡବ୍ଲୁ. ପି. ୨.୫ ଗ୍ରାମ୍ କିମ୍ବା ମାନ୍କୋଜେବ୍ ୬୩% ସହିତ କାବାଣ୍ଡାଜିମ୍ ୧୨% ୨.୫ ଗ୍ରାମ୍ କୁ ଏକ ଲିଟର ପାଣି ହିସାବରେ ମିଶାଇ ସିଞ୍ଚନ କରନ୍ତୁ । ତଳିଘେରାରେ ମହିଷା ରୋଗ ଦେଖାଗଲେ ଟ୍ରାଇସାଇକା୍ଲଜୋଲ୍ ୭୫ ଡବ୍ଲୁ.ପି ୦.୬ ଗ୍ରାମ୍କୁ ଏକ ଲିଟର ପାଣି ହିସାବରେ ମିଶାଇ ସିଞ୍ଚନ କରନ୍ତୁ ।
  • ଯେଉଁ ଜାଗାରେ ଚେରଗଣ୍ଠିି ରୋଗ ଏବଂ କାଣ୍ଡବିନ୍ଧା ପୋକର ପ୍ରାର୍ଦୁଭାବ ଅଧିକା ଥାଏ, ସେଠାରେ ଧାନ ବୁଣିବାର ୫ ଦିନ ପରେ ପ୍ରତି ବର୍ଗମିଟର ପିଛା, କାର୍ବୋଫ୍ୟୁରାନ୍ ଦାନାଦାର୍ ୩ ଗ୍ରାମ୍ କିମ୍ବା ଫୋରେଟ୍ ୧ ଗ୍ରାମ୍ କିମ୍ବା ଡିଆଜିନନ୍ ୧ ଗ୍ରାମ୍ ପ୍ରୟୋଗ କରନ୍ତୁ ।
  • ଯଦି ତଳିଘେରାରେ ପତ୍ରପୋଡା ରୋଗ ଦେଖାଯାଏ ତେବେ ଏକ ଲିଟର ପାଣିରେ କାର୍ବାଣ୍ଡାଜିମ୍ ୨ ଗ୍ରାମ୍ କିମ୍ବା ପ୍ରୋପିକୋନାଜୋଲ (ଟିଲ୍ଟ୍) ୧ ମି.ଲି. ହିସାବରେ ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
  • ଧାନ ରୂଆ ଯନ୍ତ୍ର ସାହାଯ୍ୟରେ ଧାନ ରୋଇବା ପାଇଁ ମଶିଣା ତଳିଘରା ପ୍ରସ୍ତୁତ କରନ୍ତୁ । ପଲିଥିନ୍କୁ ସମାନ ଭାବେ ସମତଳ ଚଟାଣ ବା ଜମିରେ ବିଛାଇ ଦିଅନ୍ତୁ ଏବଂ ଏହା ଉପରେ ୨୪ ଙ୍ଘ ୪୦ ସେ.ମି ର ଏକ କାଠ ଛାଞ୍ଚ ରଖନ୍ତୁ । ଦୁଇ ତୃତୀୟାଂଶ ଛାଞ୍ଚରେ ଗୁଣ୍ଡ ମାଟି ଭରନ୍ତୁ । ପ୍ରତି ଛାଞ୍ଚ ଘରାରେ ୧୨୫ ଗ୍ରା.ମ୍. ଧାନ ବିହନକୁ ରୁଟେକ୍ସ ହରମୋନ୍ରେ ୩ ଗ୍ରା.ମ୍. ପ୍ରତି କି.ଗ୍ରା. ବିହନ ହିସାବରେ ମିଶାଇ ରଖନ୍ତୁ । ବୁଣି ସାରିବା ପରେ ମଞିକୁ ଏକ ଚର୍ତୁଥାଂଶ ଗୁଣ୍ଡ ଦ୍ୱାରା ଘୋଡ଼ାଇ ଦିନେ ଛାଡ଼ି ଦିନେ ହିସାବରେ ଜଳ ସିଞ୍ଚନ କରନ୍ତୁ । ଏହା ଫଳରେ ୧୫ – ୨୦ ଦିନ ମଧ୍ୟରେ ତଳି ପ୍ରସ୍ତୁତ ହୋଇଥାଏ । ଏକ ଏକର ଜମି ପାଇଁ ୩୨ ଟି ଏହି ପରି ମଶିଣା ତଳି ଆବଶ୍ୟକ ।
  • ମୁଖ୍ୟ ଜମିକୁ ୭-୧୦ ଦିନ ବ୍ୟବଧାନରେ ଦୁଇଥର କାଦୁଅ କରି ଭଲଭାବେ ସମତଳ କରି ଦିଅନ୍ତୁ । ପ୍ରଥମ କାଦୁଅ ପୂର୍ବରୁ ଏକର ପ୍ରତି ୮ କ୍ୱ୍ିଣ୍ଟାଲ ସଢା ଗୋବର ଖତ ପ୍ରୟୋଗ କରନ୍ତୁ ।  ଧଣିଚା ଗଛ ୪୦ ରୁ ୪୫ ଦିନ ହେଇଗଲା ପରେ ଫୁଲ ହେବା ପୁର୍ବରୁ ଟ୍ରାମ୍ପ୍ ବା ଟ୍ରାକ୍ଟର ସାହାଯ୍ୟରେ ସେହି ଜାଗାରେ ଦଳି ଚକଟି ପୋତି ଦିଅନ୍ତୁ ।
  • ଅଧିକ ଅମଳକ୍ଷମ କିସମରେ ୪ କି.ଗ୍ରା. ୟୁରିଆ, ୪୪ କି.ଗ୍ରା. ଡି.ଏ.ପି, ଏବଂ ୩୩ କି.ଗ୍ରା ଏମ୍.ଓ.ପି କିମ୍ବା ୨୨ କି.ଗ୍ରା ୟୁରିଆ, ୧୨୫ କିଗ୍ରା ଏସ୍.ଏସ୍.ପି., ଏବଂ ୩୩ କି.ଗ୍ରା ଏମ୍.ଓ.ପି, ଶେଷ ଓଡ କାଦୁଅ କରିବା ସମୟରେ ମୂଳସାର ଭାବେ ପ୍ରୟୋଗ କରନ୍ତୁ । ବାଲିଆ ମାଟି ହୋଇଥିଲେ ୪ କି.ଗ୍ରା, ୟୁରିଆ, ୪୪ କି.ଗ୍ରା. ଡି.ଏ.ପି, ଏବଂ ୧୬.୫ କି.ଗ୍ରା ଏମ୍.ଓ.ପି କିମ୍ବା ୨୨ କି.ଗ୍ରା ୟୁରିଆ,୧୨୫ କିଗ୍ରା ଏସ୍.ଏସ୍.ପି., ଏବଂ ୧୬.୫ କି.ଗ୍ରା ଏମ୍.ଓ.ପି. ମୂଳସାର ଭାବେ ପ୍ରୟୋଗ କରନ୍ତୁ ।
  • ସଙ୍କର ଜାତୀୟ ଧାନ କିସମ ପାଇଁ ୬ କି.ଗ୍ରା, ୟୁରିଆ, ୫୨ କି.ଗ୍ରା. ଡି.ଏ.ପି, ଏବଂ ୩୦କି.ଗ୍ରା ଏମ୍.ଓ.ପି କିମ୍ବା ୨୬ କି.ଗ୍ରା ୟୁରିଆ, ୧୫୦ କିଗ୍ରା ଏସ୍.ଏସ୍.ପି. ଏବଂ ୩୦ କି.ଗ୍ରା ଏମ୍.ଓ.ପି, ମୂଳସାର ଭାବେ ମାଟି କାଦୁଅ କରି ପ୍ରୟୋଗ କରନ୍ତୁ ।
  • ଯେଉଁ ଜମିରେ ଦସ୍ତା ପରିମାଣ କମ୍ ଥିବ ଏକ ଏକର ପିଛା ଜିଙ୍କ୍ ସଲ୍ଫେଟ୍ ୧୦ କି.ଗ୍ରା. (ଦୁଇ ବର୍ଷକୁ ଥରେ) ଶେଷ ଜମି ପ୍ରସ୍ତୁତ ସମୟରେ ପ୍ରୟୋଗ କରନ୍ତୁ ।
  • ଯେଉଁ ଜମିରେ ବୋରନ୍ ପରିମାଣ ଅଭାବ ଥାଏ, ସେଠାରେ ଏକର ପିଛା ବୋରାକ୍ସ ୨ କି.ଗ୍ରା. ଶେଷ ଜମି ପ୍ରସ୍ତୁତ ସମୟରେ ପ୍ରୟୋଗ କରନ୍ତୁ ।
  • ୨୫ ରୁ ୩୦ ଦିନର ତଳି ୨୦ x ୧୫ ସେ.ମି. ବ୍ୟବଧାନରେ ବୁଦା ପ୍ରତି ୨-୩ ଟି ତଳି ରୋଇ ଦିଅନ୍ତୁ । ସଙ୍କର ଜାତୀୟ ଧାନ ବୁଦା ପ୍ରତି ୧-୨ ଟି ତଳି ରୋଇ ଦିଅନ୍ତୁ ।
  • ଯେଉଁ ଜମିରେ ମାଟିଆ ଗୁଣ୍ଡି ପୋକର ପ୍ରାର୍ଦୁଭାବ ଅଧିକା ଥାଏ, ସେଠାରେ ୮-୧୦ ଧାଡି ଧାନ ରୋଇବା ପରେ ୩୦ ସେ.ମି. ବ୍ୟବଧାନ ଛାଡି ପୁଣି ରୁଅନ୍ତୁ ।
  • ରୁଆଧାନରେ ବାଳୁଂଗା ଦମନ ପାଇଁ ବେନ୍ସଲ୍ଫୁରନ୍ ମିଥାଇଲ୍ ସହିତ ପ୍ରିଟିଲାକ୍ଲୋର (ଲୋଣ୍ଡେକ୍୍ସ ପାୱାର କିମ୍ବା ଇରେଜ୍ ଷ୍ଟ୍ରୋଙ୍ଗ୍୍ ନାମରେ ବଜାରରେ ଉପଲବ୍ଧ) ଏକରକୁ ୪ କି.ଗ୍ରା. ହିସାବରେ ସମାନ ପରିମାଣର ବାଲି ସହିତ ମିଶାଇ ରୋଇବାର ୩ ରୁ ୭ ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ କିମ୍ବା ଏକର ପ୍ରତି ୧୨୦ ମି.ଲି. ବିସ୍ପାରିବାକ୍ ସୋଡିୟମ୍ ୧୦ ଏସ୍.ସି. (ନୋମିନି ଗୋଲ୍ଡ) ରୋଇବାର ୧୦-୧୨ ଦିନ ପରେ କିମ୍ବା ଏକର ପିଛା ପେନୋସ୍କୁଲାମ୍ ସହିତ ସାଇହାଲୋଫପ୍ ବ୍ୟୁଟାଇଲ୍ (ଭିଭାୟା) ୯୦୦ ମି.ଲି. ତଳିରୁଆର ୧୫-୨୦ ଦିନ ପରେ ସିଞ୍ଚନ କରନ୍ତୁ ।  ଯେଉଁ ଜାଗାରେ ଶୀଘ୍ର ତଳିରୁଆ ସରିଥାଏ, ସେଠାରେ ଉକୁଣିଆ ପୋକ ଏବଂ ହଳଦିଆ କାଣ୍ଡବିନ୍ଧା ପୋକ ଦେଖାଦେଲେ ଏକର ପିଛା ନିମ୍ବ ମଂଜିରୁ ତିଆରି ଔଷଧ ତଥା ଆଜାଡିରାକ୍ଟିନ୍ ୦.୧୫ % ଏକ ଲିଟର ପ୍ରୟୋଗ କରନ୍ତୁ । ଯଦି ନିୟନ୍ତ୍ରଣ ନ ହୁଏ ତେବେ ହଳଦିଆ କାଣ୍ଡବିନ୍ଧା ପୋକ ପାଇଁ ଏକର ପିଛା କ୍ଲୋରାନଟ୍ରାନିଲିପ୍ରୋଲ୍ ୦.୪% ଜି.ଆର୍. ୪ କି.ଗ୍ରା. କିମ୍ବା କ୍ଲୋରାନଟ୍ରାନିଲିପ୍ରୋଲ୍ ୧୮.୫% ଏସ୍. ସି. ୬୦ ମି.ଲି ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଏବଂ ଉକୁଣିଆ ପୋକ ପାଇଁ ଏକର ପିଛା ଲାମ୍ବଡା ସାଇହାଲୋଥ୍ରିନ୍ ୫ % ଇ.ସି. ୧୦୦ ମି.ଲି. କିମ୍ବା ଥାୟାମିଥୋକ୍ସାମ୍ ୨୫% ଡବ୍ଲ୍ୟୁ.ଜି ୪୦ ଗ୍ରାମ୍ ୨୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ ।

*Source : NRRI, Cuttack

News & Events
ଧାନ ଅମଳ ପରେ ସାଇତି ରଖିବା ପାଇଁ ଶତକଡ଼ା ୧୪ ଭାଗ ଜଳୀୟ ଅଂଶ ଥିବା ପର୍ଯ୍ୟନ୍ତ ଶୁଖାଇ ରଖନ୍ତୁ । ଧାନକୁ ସାଇତି ରଖିବା ପୂର୍ବରୁ ୨ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇବା ଦରକାର । ମାତ୍ର ବିହନ ପାଇଁ ରଖିବାକୁ ଥିଲେ ଶତକଡା ୧୨ ଭାଗ ଜଳୀୟ ଅଂଶ ଥିବା ପର୍ଯ୍ୟନ୍ତ ଶୁଖାଇ ରଖନ୍ତୁ ।
Important Links





Krishi Vigyan Kendra, Nabarangpur
Designed and Maintained By: Satyabrata Ku. Behera, Progamme Asst. (Computer),KVK Sambalpur, Mob: 94371-75101
Last Update on: 07-Jul-2019

Flag Counter

No. of page hits : 2